ମୁଖ୍ୟ ଖବର ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ Angul OnlineJune 25, 2021June 26, 2021 * ଅଧିକ ପୁଅ ମାରିଲେ ବାଜିମାତ * ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ * ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ ଅନୁଗୁଳ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୯୮.୦୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ସ୍କୁଲରୁ ୧୭୨୭୭ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆମକୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୋମ୍ୟ ସୌରଭ ତ୍ରିପାଠୀ ଓ ଅନନ୍ତ ବିହାର ଡ଼ିଏଭି ଛାତ୍ର ବିକାଶ ପ୍ରଧାନ ସର୍ବାଧିକ ୫୮୨ ନମ୍ବର ରଖି ଅନୁଗୁଳ ଜିଲ୍ଲା ଟପ୍ପର ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ରହିଥିବା ବେଳେ ଏ-୨ ଗ୍ରେଡ୍ ରେ ୭୭୨ ଜଣ , ବି-୧ ଗ୍ରେଡରେ ୧୮୯୮ ଜଣ , ବି-୨ ରେ ୩୦୩୭ ଜଣ , ସି ଗ୍ରେଡରେ ୪୦୨୮ ଜଣ , ଡ଼ି ଗ୍ରେଡରେ ୩୯୯୫ ଜଣ ଓ ଇ ଗ୍ରେଡରେ ୩୦୯୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୫୩୪ ଜଣ ଛାତ୍ର ଓ ୮୪୧୨ ଜଣ ଛାତ୍ରୀ ଅଛନ୍ତି । ତେବେ ଚଳିତ ବର୍ଷ ୨୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣା ପଡିଛି । Advertisement
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ…
ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ…
ଶୈଳଶ୍ରୀକ୍ଷେତ୍ର ଠାକୁରଙ୍କ ମଥାରୁ ଚିତା ଚୋରି କରିନେଲେ ଚୋର ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ…