ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣାଶୁଣା ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ଦାଶ । ରୋଗୀ ଚିକିତ୍ସା ହେଉ ଅବା ରୋଗୀଙ୍କ ପ୍ରତି ବ୍ୟବହାର ପାଇଁ ଜିଲ୍ଲାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ତେବେ ଏହି ବରିଷ୍ଠ ଡାକ୍ତର ଏବେ ପୁଣି ଏମିତି ଏକ ବଦାନ୍ୟତା ଦେଖାଇ ବେଶ ପ୍ରଶଂସିତ ହୋଇଛନ୍ତି । ବୟସ ବଢିଥିଲେ ମଧ୍ୟ କରୋନା ଭଳି ମହାବିପତ୍ତି ସମୟରେ ମଧ୍ୟ ତାଙ୍କ ଚିକିତ୍ସା ସେବା ଯୋଗାଇ ଆସିଥିଲେ । ଆଉ ଏବେ ରାଜ୍ୟ ସଙ୍କଟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ସେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ସେ ଏହି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1