ମୁଖ୍ୟ ଖବର ବଦଳିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପ୍ରକଳ୍ପ ନିର୍ଦେଶକ Angul OnlineMay 31, 2022May 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲୀପ କୁମାର ସାହୁଙ୍କ ବଦଳି ହୋଇଛି । ଦିଲୀପ କୁମାର ସାହୁଙ୍କୁ ଏକ୍ସପୋର୍ଟ ପ୍ରୋମୋସନ ଓ ମାର୍କେଟିଂର ନିର୍ଦେଶକ ଭାବେ ତାଙ୍କୁ ଭୁବନେଶ୍ବର ବଦଳି କରାଯାଇଛି । ଅପରପକ୍ଷରେ ଆଠମଲ୍ଲିକ ଉପଜିଲ୍ଲାପାଳ ଥିବା ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବିଜ୍ଞପ୍ତିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଭାବେ କାହାରିକୁ ନିଯୁକ୍ତି ଦିଆ ଯାଇ ନାହିଁ । Advertisement
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ତାଳଚେର – ୧୦ ବର୍ଷର ପ୍ରେମ ସଂପର୍କ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ , ପ୍ରେମିକା ଗର୍ଭବତୀ ହେଲେ । ବୁଝାସୁଝା କରି ପ୍ରେମିକ…
ବନ ବିଭାଗ ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକ ମୃତ – ଉତ୍ତେଜନା ଅନୁଗୁଳ – ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କାରେ ୱାଚର ମୃତ। ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ ତରଭା ଛକ ନିକଟରେ ପେଟ୍ରୋଲିଂ କରୁଥିବା…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…