ମୁଖ୍ୟ ଖବର ଡୋରରେ ଚାପି ହୋଇ ଚାଳକ ମୃତ Angul OnlineFebruary 28, 2021February 28, 2021 ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ । ମୃତ ଟିପର ଚାଳକ ଜଣଙ୍କ ହେଲେ ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମର ଅଶୋକ ମାଝୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଜ୍ଜନ ଅଗ୍ରୱାଲ ନାମକ ଜଣେ ଠିକାଦାରଙ୍କା ଏହି ଠିକା କ୍ୟାମ୍ପରେ ଟିପର , ହାଇୱା ଗୁଡ଼ିକ ପାର୍କିଂ ହୋଇଥିଲା । ସକାଳେ ଗାଡିରେ ଚଢିବାକୁ ଅଶୋକ ଡୋର ଖୋଲି ଭିତରକୁ ପ୍ରବେଶ କରିବା ସମୟରେ ସେଠାରେ ଥିବା ଅନ୍ୟ ଏକ ଗାଡ଼ି ହଠାତ୍ ପଛକୁ ଗଡି ଧକ୍କା ଦେଇଥିଲା । ଫଳରେ ଡୋର ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରୁ ମୃତଦେହ ଜବତ କରି ଅନୁସନ୍ଧାନ ଚଳାଇଛି । Advertisement
କେନାଲରେ ଭାସିଗଲେ ବୋଲବମ ଭକ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ…
୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି…
ଟ୍ରକ ଧକ୍କାରେ ମୋଟରସାଇକେଲ ଆରୋହି ମୃତ ପାଲଲହଡା – ଅନଗୋଳ ଜିଲ୍ଲା ପାଳଲହଡା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ…