ଛେଣ୍ଡିପଦା – ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ । ଡ୍ରୋନ୍ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଏହା ଚାଷୀର ଆୟ ମଧ୍ୟ ବଢ଼ାଇବାରେ ସହାୟକ ହେବ । ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ କିଷାନ୍ ଡ୍ରୋନ୍ ର ଶୁଭାରମ୍ଭ କରିଛନ୍ତି । ଏହା କୃଷକମାନଙ୍କ ପାଇଁ ଏକ ଅଭିନବ ଓ ଆକର୍ଷଣୀୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହି ଡ୍ରୋନ୍ ଶନିବାର ଅନୁଗୁଳ ବ୍ଲକ ଛେଣ୍ଡିପଦା ବ୍ଲକ୍ରେ ପହଞ୍ଚିଛି । ଛେଣ୍ଡିପଦାର ବିଭିନ୍ନ ଗ୍ରାମରେ ଚାଷୀଙ୍କୁ ଏହାର ବ୍ୟବହାର ଶିଖାଇବା ସହିତ ଏହାର ଉପାଦେୟତା ବିଷୟରେ ବୁଝାଇଛି । ପ୍ରଧାନମନ୍ତ୍ରୀ ମୋଦି ଗତ ଫେବ୍ରୁଆରୀ ୧୯ ତାରିଖରେ ୧୦୦ କିଷାନ୍ ଡ୍ରୋନ୍ ର ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ୍ ଗୁଡିକ ଚାଷୀଙ୍କୁ ଚାଷ କାମରେ ସାହାଯ୍ୟ କରିବ । ଚାଷ ଜମିରେ କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ ସିଞ୍ଚନ କରିବ । ତେବେ ଏହା ଫୁଲ୍ଦମ୍ରେ କାର୍ଯ୍ୟକ୍ଷମ କରିବା ପୂର୍ବରୁ ଚାଷୀଙ୍କ ପାଖରେ ପହଞ୍ଚାଇ ଏହାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି । ଚାଷୀମାନଙ୍କୁ ଏହାର ବ୍ୟବହାର ଶିଖାଇବା ସହିତ ଚାଷୀଙ୍କ ପ୍ରତିକ୍ରିୟା ନେବା ପରେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି । ତେବେ ଏକ ସଂସ୍ଥା ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ଡ୍ରୋନ୍କୁ ଚାଷୀଙ୍କ ପାଖରେ ପହଞ୍ଚାଯାଉଛି । ଛେଣ୍ଡିପଦାର ହାଣ୍ଡିଗୁଡା , ନୂଆଗାଁ , କୁକୁରପେଟା ଅଞ୍ଚଳରେ କିଷାନ୍ ଡ୍ରୋନ୍ର ପରୀକ୍ଷଣ କରାଯାଇଛି । କଖାରୁ ଗଛ ଠାରୁ ନଡ଼ିଆ ଗଛ ପର୍ଯ୍ୟନ୍ତ ଏହି କିଷାନ୍ ଡ୍ରୋନ୍ କୀଟନାଶକ ସିଞ୍ଚନ କରିପାରିବ । ଏକକାଳୀନ ୧୬ ଲିଟର କୀଟନାଶକ ଧରି ସିଞ୍ଚନ କରୁଥିବା ଡ୍ରୋନ୍ ସେନସର ଦ୍ଵାରା ପରିଚାଳିତ ହେଉଛି । ସବୁଠାରୁ ବଡ଼କଥା ହେଲା , ସାଧାରଣ ଲୋକ ଯେଉଁ କ୍ଷେତ୍ରରେ ସିଞ୍ଚନ ପାଇଁ ୧୦ ଲିଟର କୀଟନାଶକ ଲୋଡୁଥିଲା , ତାହା ଡ୍ରୋନ୍ ଦ୍ୱାରା ୪ ଲିଟର କୀଟନାଶକରେ ସମ୍ଭବ ହେଉଛି । ଛେଣ୍ଡିପଦା ବ୍ଳକର ବିଭିନ୍ନ ଅଞ୍ଚଳରେ ଏହି କିଷାନ୍ ଜୋନ୍ର ପରୀକ୍ଷା କରାଯାଇଥିବା ବେଳେ ଚାଷୀ ଏହାକୁ ବେଶ ପସନ୍ଦ କରିଥିବା ଜଣାପଡ଼ିଛି ।
What’s your Reaction?
+1
+1
+1
+1
+1
6
+1
+1