ମୁଖ୍ୟ ଖବର ବିଦ୍ୟୁତ ତାର ମରାମତି ବେଳେ ଠିକା କର୍ମଚାରୀ ମୃତ Angul OnlineJuly 16, 2021July 16, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିର ବଲଣ୍ଡା ଠାରେ ବିଦ୍ୟୁତ ତାର ଟାଣୁଥିବା ବେଳେ ଏକ ଅଘଟଣ ଘଟି ଯାଇଛି । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୁରେହିଁପାଳ ଗାଁର ଅମର ବେହେରା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଜଗନ୍ନାଥ କୋଇଲାଖଣିର ବଲଣ୍ଡା ଠାରେ ଏକ ପୁରୁଣା ୧୧ କେଭି ଲାଇନ ଖରାପ ଥିବାରୁ ସେହି ବିଦ୍ୟୁତ ତାରକୁ ସଜାଡ଼ିବା ପାଇଁ ଠୀକାଦାର ସଂଜୀବ ଶତପଥୀଙ୍କର ଠିକା ଶ୍ରମିକ ପହଞ୍ଚି କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଖୁଣ୍ଟରେ ଚଢ଼ି ତାରକୁ ଛୁଇଁବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଖୁଣ୍ଟ ତଳକୁ ପଡ଼ି ଯାଇଥିଲେ । ତାଙ୍କ ଶରୀର ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କ୍ଷଣି ଏକ ବିସ୍ପୋଟ ହୋଇ ଶରୀରରୁ ମୁଣ୍ଡଟି ଅଲଗା ହୋଇଯାଇଥିଲା । ଯାହାଫଳରେ ମୁଣ୍ଡ ଏବଂ ଶରୀରଟି ଅଲଗା ଅଲଗା ହୋଇ ତଳେ ପଡ଼ିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । କ୍ଷତିପୂରଣ ଦାବିରେ ଲୋକ ଆନ୍ଦୋଳନରେ ବସିଥିଲେ । ପରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧନଙ୍କ ହସ୍ତକ୍ଷେପ ପରେ ଏମସିଏଲ ପକ୍ଷରୁ ମୃତକନକ ପରିବାରକୁ କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କାର ଚେକ ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ଏକାଠି ଦୁଇ କଲରାପତରିଆ ବାଘ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…
ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ…