ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମ ନିକଟରେ I ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ଘନ ମୁଣ୍ଡା ନାମକ ଜଣେ ବ୍ୟକ୍ତି ବିଲକୁ କାମ କରିବାକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ I ହାତୀ ଦଳି ଦେବା ଫଳରେ ଘଟଣା ସ୍ଥଳରେ ଘନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା I ମୃତ ଘନ ମୁଣ୍ଡା ପାଳଲହଡା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣା ପଡିଛି I ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ I ଖବର ପାଇ ଖମାର ପୁଲିସ ଓ ଖମାର ବନବିଭାଗ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି I ଖମାର ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣା ପଡିଛି I

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
1

Leave a Reply