ମୁଖ୍ୟ ଖବର ବୃଦ୍ଧଙ୍କୁ ଦଳିଦେଲା ଦନ୍ତା Angul OnlineDecember 6, 2021December 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଗତ କିଛି ଦିନ ହେଲା ୩୦ ଅଧିକ ହାତୀ ରହି ଫସଲ ନଷ୍ଟ କରିବା ସହ ଗାଁ ନିକଟରେ ବୁଲାବୁଲି କରୁଥିଲେ । ତେବେ ଆଜି ସକାଳୁ ନଳଚନ୍ଦ୍ରପୁର ଗ୍ରାମରେ ବୃଦ୍ଧ ଧନେଶ୍ଵର ଭୁକ୍ତା ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ପଲରୁ ଗୋଟିଏ ହାତୀ ଏକୁଟିଆ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଏକ ଗୋରୁର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଏକ ମୋଟରସାଇକେଲ ଭାଙ୍ଗି ଯାଇଛି । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରିବା ସହ ତଦନ୍ତ କରୁଛି । ଗତ ତିନିଦିନ ହେବ ବଅଁରପାଳ ବ୍ଲକ ଅଞ୍ଚଳରେ ହାତୀ ଉତ୍ପାତ କରିଚାଲିଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇ ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । https://angulonline.com/wp-content/uploads/2021/12/WhatsApp-Video-2021-12-06-at-13.46.08.mp4 Advertisement
ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା…
ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…