ମୁଖ୍ୟ ଖବର ହାତୀକୁ ଟର୍ଚ୍ଚ ପକାଇବାରୁ ଯୁବକଙ୍କୁ ଦଳିଦେଲା ହାତୀ Angul OnlineJune 16, 2023June 16, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳି ମାରି ଦେଇଥବା ଜଣାଯାଇଛି । ସୁଚନା ଅନୁସାରେ ରାତି ପ୍ରାୟ ୩ଟା ବେଳେ ହାତୀ ଘର ସମ୍ମୁଖରେ ଥିବା ଏକ ପଣସ ଗଛରୁ ପଣସ ଖାଉଥିଲା । ଏତିକି ବେଳେ ପବିତ୍ର ଉଠିପଡ଼ି ହାତୀ ଉପରେ ଟର୍ଚ୍ଚ ଲାଇଟ ପକେଇ ଥିଲେ । ଟର୍ଚ୍ଚ ଲାଇଟ ହାତୀ ଉପରେ ପଡିବା ପରେ ବଣୁଆ ହାତୀଟି ହଠାତ ଦୌଡି ଆସି ପବିତ୍ରଙ୍କୁ ଟାଣିନେଇ ମାରିଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଓ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । Advertisement
ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ…
ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ…
ବସ ପଛରେ ବାଡେଇ ହୋଇ ଦୁଇ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ…