ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ୫୬ବର୍ଷୀୟ ପିତାମ୍ବର ସାମଲ ବୋଲି ଜଣା ପଡିଛି । ଗତ ରାତିରେ ପିତାମ୍ବର ଖାଇ ସାରି ଶୋଇଥିବାବେଳେ ଏକ ଦାନ୍ତ ହାତୀ ଗାଁରେ ପଶିଥିଲା । ଘରେ ଥିବା ଧାନ ଖାଇବା ପାଇଁ ପିତାମ୍ବରଙ୍କ ଘରକୁ ପଶିଥିଲା । ଘରେ ଥିବା ଧାନ ଖାଇ ସାରିବାପରେ ପିତାମ୍ବରଙ୍କୁ ଘରୁ ଘୋଷଡି ଆଣି କଚାଡି ପାଦରେ ଦଳି ଦେଇଥିବା ପରିବାର ଲୋକେ କହିଛନ୍ତି । ପରେ ପିତାମ୍ବରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଛନ୍ତି ।
What’s your Reaction?
+1
1
+1
+1
+1
+1
1
+1
+1
8