ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ବାପା ମୃତ

ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ବାପା ମୃତ

 

କିଶୋରନଗର – ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ଗଲା ବାପାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳରେ । ଖଣ୍ଡହତା ଗାଁର ପ୍ରଶାନ୍ତ ଦେହୁରୀଙ୍କ ଝିଅର ଆଜି ବାହାଘର ଥିଲା । ବାହାଘର ପାଇଁ ବର ବି ପହଞ୍ଚି ସାରିଥିଲା ଗାଁରେ । ମାତ୍ର ଏହି ସମୟରେ ବିବାହ ପାଇଁ କିଛି ସାମଗ୍ରୀର ଆଵଶ୍ୟକତା ପଡିବାରୁ ପ୍ରଶାନ୍ତ କିଶୋରନଗର ବଜାରରୁ ଆଣିବା ପାଇଁ ଯାଇଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ପ୍ରଶାନ୍ତଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ କିଶୋରନଗର ଛକରେ ମୃତଦେହ ରଖି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ଫଳରେ ବାମୁରରୁ ମାଧପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
2

Leave a Reply