ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ

ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏକ ଗେଷ୍ଟହାଉସ ଠାରେ ପୁଅ ଓ ଝିଅ ଘର ପକ୍ଷରୁ ଯୌତୁକ ଜିନିଷ ଫେରାଇବାକୁ ନେଇ ଆଲୋଚନା ଚାଲୁଥିବା ବେଳେ ଯୁକ୍ତି ତର୍କରୁ ଜ୍ଵାଇଁର ଆକ୍ରମଣରେ ଶଶୁର ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲୁଙ୍ଗା ଖମାର ଗାଁର ନରେଶ ନାହାକଙ୍କୁ କାମାକ୍ଷାନଗର ଅଞ୍ଚଳର  ଲିଙ୍ଗରାଜ ପରିଡାଙ୍କ ଝିଅ ସହିତ ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ଗତ ଏକ ବର୍ଷ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନରେଶଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଆସିଥିଲେ । ପରେ ଝିଅ ଘର ପକ୍ଷରୁ ଥାନାରେ ଅଭିଯୋଗ କରି ସମସ୍ତ ଜିନିଷ ପତ୍ର ନେଇ ଆସିବା ସହିତ ବାକି ଥିବା ୫ ଲକ୍ଷ ୧୫ ହଜାର ଟଙ୍କା ଓ ସୁନା ଫେରାଇବାକୁ ପୁଅ ଘରକୁ କହିଥିଲେ । ତେବେ ଆଜି ସମସ୍ତ ଜିନିଷ ପୁଅ ଘର ପକ୍ଷରୁ ଫେରାଇବାକୁ ଝିଅ ଘରକୁ ଏକ ଗେଷ୍ଟ ହାଉସକୁ ଡକାଇଥିଲେ । ତେବେ ଉଭୟ ପକ୍ଷରୁ କଥା କଟା କଟିକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ ଜ୍ଵାଇଁ ଉତ୍ତ୍ୟକ୍ତ ହୋଇ ଏକ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ଛୁରା ମାଡ଼ରେ ଶଶୁରଙ୍କ ହାତଟି କଟି ଯାଇଥିଲା । ତାଙ୍କୁ ସେଠାରୁ ଘର ଲୋକ  ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ତେବେ ଛୁରୀରେ ଶଶୁରଙ୍କୁ ଆକ୍ରମଣ କରିବା ଘଟଣାକୁ ଜ୍ଵାଇଁ ଅସ୍ଵୀକାର କରିଥିବା ବେଳେ ତାଙ୍କୁ ଝିଅ ଘର ଲୋକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ତେବେ ଉଭୟ ପକ୍ଷରୁ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

What’s your Reaction?
+1
1
+1
4
+1
2
+1
1
+1
1
+1
2
+1
1

Leave a Reply