ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ ତାଙ୍କ ୫୫ ବର୍ଷୀୟ ପୁଅକୁ ହତ୍ୟା କରିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପୁଅ ଇଶ୍ୱର ସାହୁ ବିଲରେ କାମ ସାରି ଘରକୁ ଫେରିଥିଲେ । ଏହି ସମୟରେ ବାପା ପାଦୁକ ସାହୁ , ଈଶ୍ୱରକୁ ଭତ୍ତା ଆଣିଯିବା ପାଇଁ ଡାକିଥିଲେ । ତେବେ ଈଶ୍ୱର ବିଲରୁ ଏବେ ଫେରିଛି , ଥକ୍କା ଲାଗୁଛି ବୋଲି କହିବା ସହ ପାଦୁକଙ୍କ ସହ ଯିବାକୁ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପାଦୁକ ଗାଳିଗୁଲଜ କରିଥିଲେ । ତେବେ ଈଶ୍ୱର ଘରେ ଖାଇ ଶୋଇଥିବା ବେଳେ ରାଗରେ ପାଦୁକ ଏକ ଟାଙ୍ଗିଆରେ ଈଶ୍ୱରକୁ ହାଣି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଈଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଖମାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଦୁକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
What’s your Reaction?
+1
2
+1
2
+1
1
+1
2
+1
7
+1
1
+1
4