ଆଞ୍ଚଳିକଖେଳ ଓ ଖେଳାଳି ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ Angul OnlineFebruary 8, 2021February 8, 2021 ଅନୁଗୁଳ – କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ । ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ଅନଗୁଳ ଜିଲ୍ଲା ଯୋଗ ସ˚ଘ ‘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ‘ଅନଗୁଳ ସାଇକ୍ଲୋଥନ୍’ । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ୍ ଚଲାଇବାର ମଜା ଉଠାଇଥିଲେ । ୨ଟି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ୍ ଚଲାଇବାର ମଜା ଉଠାଇଥିଲେ । ଏଫସିଆଇ ଛକ ଠାରୁ ଆରମ୍ଭ ହୋଇଥିଲା ସାଇକ୍ଲୋଥନ୍ । ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୁଳ ଯୋଗସଂଘର ସଭାପତି ପୁରୁଷୋତ୍ତମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ବିପ୍ଳବ ଜେନା , ସାଧାରଣ ସମ୍ପାଦକ ଡ଼ା. ବିଜୟାନନ୍ଦ ପଣ୍ଡା , ରାଜ୍ୟ ଯୋଗ ସଂଘର ସଂଯୋଜକ ଡ଼ା. ଅୟସ କାନ୍ତ ଦାସ , ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ସୁଜିତ କୁମାର ବେହେରା , ଆଇନ ପରାମର୍ଶ ଦାତା ପ୍ରଦୀପ ଦେବତା ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପରେ ସାଇକ୍ଲୋଥନ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୫୦ରୁ ଊର୍ଦ୍ଧ୍ଵ ଛାତ୍ର ଓ ଯୁବ ପିଢ଼ି ସାମିଲ ହୋଇ ସଡ଼କ ସୁରକ୍ଷା ସଚେତନତା , ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । Advertisement
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା…
ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…