ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ସଭାରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବା ସହିତ ସଂଗଠନର ବିଭିନ୍ନ ପଦ ଘୋଷିତ ହୋଇଥିଲା ସଂଗଠନର ସଭାପତି ଭାବେ ବାପୁଜୀ ପ୍ରଧାନ ଚୟନ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପିନାକୀ ପ୍ରସାଦ ସିଂ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ସଂରକ୍ଷଣ , ପଶୁ ପକ୍ଷୀ ସେବା , ଶିକ୍ଷା ଓ ସ୍ବାସ୍ଥ ସଚେତନତା ଓ ସେବା , ଅସହାୟଙ୍କୁ ବସ୍ତ୍ର ଦାନ , ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ସ୍ବେଚ୍ଛାକୃତ ରକ୍ତ ଦାନ ସେବା ଆଦି ଜନ କଲ୍ୟାଣ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସଂଗଠନର ସଭାପତି ସୁଚନା ଦେଇଛନ୍ତି

Advertisement

Leave a Reply

Your email address will not be published. Required fields are marked *