ମୁଖ୍ୟ ଖବର ଝଡ ବର୍ଷାରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ-ଟେଣ୍ଟ ତଳେ ଚାପି ହୋଇ ୫ ଗୁରୁତର Angul OnlineSeptember 14, 2024September 14, 2024 ପାଲଲହଡା – ଶନିବାର ସନ୍ଧ୍ୟାରେ ପାଲଲହଡା ଅଞ୍ଚଳରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଲଲହଡା ଷ୍ଟାଡିୟମ ଠାରେ ଭସାଣି ଉତ୍ସବ ପାଇଁ ଲଗାଯାଇଥିବ ଟେଣ୍ଟଟି ଭାଙ୍ଗିଯାଇଥିଲା । ଫଳରେ ଟେଣ୍ଟ ତଳେ ଚାପି ହୋଇ ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଆସନ୍ତା ସୋମବାର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଲଲହଡ଼ା ଷ୍ଟାଡିୟମ ପରିସରରେ ମେଳଣ ଉତ୍ସବ ଅନୁଷ୍ଠିତ ହେବାପାଇଁ ପ୍ରସ୍ତୁତି ଚାଲିଥିଲା । ଉତ୍ସବ ପାଇଁ ପ୍ରସ୍ତୁତ କରାଯାଇଥିବା ଟେଣ୍ଟଟି ସନ୍ଧ୍ୟାରେ ବର୍ଷା ପ୍ରଭାବରେ ଭାଙ୍ଗି ଯାଇଥିଲା । ଫଳରେ ଟେଣ୍ଟ ତଳେ ଥିବା କମିଟି ସଦସ୍ୟ ଓ ଟେଣ୍ଟ କର୍ମଚାରୀ ଚାପି ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଆଡଭାନୀ ସାହୁ,ରମେଶ ଚନ୍ଦ୍ର ସାମଲ ଏବଂ ରମେଶ ତୁବିଡଙ୍କ ଅବସ୍ତା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଛି । ଯାତ୍ରାକର ନାୟକଙ୍କ ଆସୁ ଚିକିତ୍ସା ଜାରି ରହିଛି । ବିଧାୟକ ଅଶୋକ ମହାନ୍ତି ଡାକ୍ତରଖାନାରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । Advertisement
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ଦୁର୍ଘଟଣାରେ ଛାତ୍ର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ…
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…