ଅନୁଗୁଳରେ କାଳବୈଶାଖୀର ତାଣ୍ଡବ

ଅନୁଗୁଳରେ କାଳବୈଶାଖୀର ତାଣ୍ଡବ

ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ରାସ୍ତା ଉପରେ ବଡ ବଡ ଗଛ ଟଳି ପଡିଥିଲା । ଫଳରେ ସହରର ଅନେକ ରାସ୍ତା ଅବରୋଧ ହୋଇ ପଡି ରହିଥିଲା । ଏହା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଓ ଖୁଣ୍ଟ ମଧ୍ୟ ଛିଣ୍ଡି ପଡିଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଅନେକ ସ୍ଥାନରେ ଛୋଟ ଛୋଟ ଦୋକାନ ଉପରେ ମଧ୍ୟ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିବା ବେଳେ ଗୋଟିଏ ଦୁଇଟି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅନୁଗୁଳ ଅଗ୍ନିଶମ ବିଭାଗ  କର୍ମଚାରୀ ମାନେ ପହଞ୍ଚି ଗଛ ଗୁଡିକୁ କାଟି ରାସ୍ତା ସଫା କରୁଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ପହଞ୍ଚି ମରାମତି କରୁଛନ୍ତି ।

What’s your Reaction?
+1
3
+1
3
+1
0
+1
1
+1
8
+1
0
+1
11

Leave a Reply