ଅପରାଧ ବିଦ୍ଯାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା Angul OnlineDecember 15, 2023December 15, 2023 ଅନୁଗୁଳ – ବିଦ୍ଯାଳୟ କ୍ଲାସରୁମ ଭିତରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନଗୁଳ ଜିଲ୍ଲା କିଶୋରନଗର ବ୍ଲକର ତୁରୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରେ ।ମୃତ ପ୍ରଧାନ ଶିକ୍ଷକ ଜଣଙ୍କ ହେଲେ ହୃଷୀକେଶ ସାହୁ (ବାବୁଲି ସାର୍) ।ହୃଷୀକେଶଙ୍କ ଘର ନିକଟସ୍ଥ ନତଡ଼ା ଗ୍ରାମରେ । ସେ ଗତ ତିନିବର୍ଷ ହେବ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । ସବୁଦିନ ପରି ହୃଷୀକେଶ ଆଜି ବି ସକାଳ ନଅ ଘଟିକା ସମୟରେ ବିଦ୍ୟାଳୟରେ ପହଞ୍ଚିଥିଲେ । ସେତେବେଳେ ବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ କିମ୍ବା କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଆସିନଥିଲେ । ତେବେ ପ୍ରାୟ ସାଢେ ନଅଟା ବେଳେ ବିଦ୍ୟାଳୟକୁ କିଛି ଛାତ୍ରଛାତ୍ରୀ ଆସି ବାବୁଲି ସାରଙ୍କୁ ଅଫିସ ରୁମ୍ ରେ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଗ୍ରାମକୁ ଖବର ଦେଇଥିଲେ । ଗ୍ରାମବାସୀ ହୃଷୀକେଶଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣା ପଡିନାହିଁ । ହୃଷିକେଶ ଜଣେ ଆଦର୍ଶ ଶିକ୍ଷକ ଭାବରେ ସାରା କିଶୋରନଗର ବ୍ଲକରେ ବହୁତ ସୁନାମ ଥିଲା । ତାଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। Advertisement
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ଲାଞ୍ଚ ନେଇଥିବା ମହିଳା ଆର.ଆଇ.ଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଭିଜଲାନ୍ସ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ବପୁର୍ଣ୍ଣ ରାୟ ପ୍ରକାଶ ପାଇଛି । ଭିଜିଲାନ୍ସ କୋର୍ଟର ଜଜ୍ ଦିଗାମ୍ବର ପୃଷ୍ଟି ଏକ ଲାଞ୍ଚ ନେବା…
ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର…