ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି । ଗତ ଦୁଇ ବର୍ଷ ହେବ ଏହି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ତେଣୁ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନବ କିଶୋର ଦାସ ନିବେଦନ କରିଛନ୍ତି । ମନ୍ତ୍ରୀ ନବ କିଶୋର ଦାସ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ସହିତ ଏମସିଏଲର ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଏଥିରେ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜାଗା ଯୋଗାଇ ଦେବାକୁ ଥିବା ବେଳେ ଏମସିଏଲ ୫୦୦ ଶଯ୍ୟା ଓ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସପିଟାଲ କରିବା ବୋଲି ଚୁକ୍ତି ହୋଇଥିଲା । ଏହା ସହ ୨୦୧୬-୧୭ ଶିକ୍ଷା ବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ନିଷ୍ପତ୍ତି ହୋଇଥିଲା । ମାତ୍ର ୨୦୧୯-୨୦ ମସିହାରୁ ମେଡିକାଲ କଲେଜ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭିତ୍ତିଭୂମି କୌଣସି କାମରେ ଆସୁନାହିଁ । ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଆସିବା ସହିତ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ ବୋଲି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।  

What’s your Reaction?
+1
0
+1
0
+1
1
+1
0
+1
6
+1
0
+1
0

Leave a Reply