ଅନୁଗୁଳ ଡାଇରି ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟର ସମୀକ୍ଷା କଲେ ଗୃହ କମିଟି Angul OnlineNovember 23, 2021November 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କିଭଳି ଚାଲିଛି ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟ ତାର ସମୀକ୍ଷା କରିଛି ଓଡ଼ିଶା ବିଧାନସଭା ଗୃହ କମିଟି । ଓଡିଆ ବିଧାନସଭାର ମହିଳା ଶିଶୁ ବିକାଶ ଗୃହ କମିଟିର ୬ ଜଣ ସଦସ୍ୟ ଚିକିଟି ବିଧାୟିକା ଉଷା ଦେବୀଙ୍କ ଅଧକ୍ଷତାରେ ଅନୁଗୁଳ ଜିଲ୍ଲା ଗସ୍ତ କରି ଜିଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଅନୁଗୁଳ ପ୍ରଦକ୍ଷଣ ଗୃହ ଠାରେ କମିଟି ସଦସ୍ୟ ମାନେ ଜିଲ୍ଲାପାଳ , ଜିଲା ଆରକ୍ଷୀ ଅଧିକ୍ଷକ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ,ଶିଶୁ ସୁରକ୍ଷା , ସମାଜ ମଙ୍ଗଳ ଅଧିକାରୀ ମାନଙ୍କ ସହ ମହିଳା ଶିଶୁ ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ପଚାରି ବୁଝିଛନ୍ତି । ଏହା ସହ ପ୍ରସୂତି ମହିଳା ମାନନଙ୍କର ଉପଯୁକ୍ତ ଯତ୍ନ ନିଆ ଯାଉଛି କି ନାହିଁ , ନବଜାତ ଶିଶୁ ଏବଂ ଅଙ୍ଗନବାଡ଼ି ସେଣ୍ଟର ବନ୍ଦ ଥୁବାରୁ ସେଠାରେ ପଡୁଥିବା ପିଲା ମାନକୁ ଖାଦ୍ୟ ଦିଆଯାଉଛି କି ନାହିଁ , ମମତା ଯୋଜନାରେ ପ୍ରସୂତି ଉପକାର ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ ସବୁ କାର୍ଯ୍ୟ ଠିକଠାକ ଚାଲିଥିବାରୁ କମିଟି ସନ୍ତୋଷ ପ୍ରକାଶ କରିଛି । ଏହା ସହ ଅପପୃଷ୍ଟିର ଶିକାର ହେଉଥିବା ପିଲାମାନଙ୍କ ପ୍ରତି ବିଶେଷ ଗୁରୁତ୍ଵଦେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ପର୍ଯ୍ୟବେକ୍ଷଣ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା କାର୍ଯ୍ୟକ୍ରମକୁ ସଦସ୍ୟାମାନେ ପ୍ରଶଂସା କରିଥିଲେ । ଏଚ୍.ଆଇ.ଭି ଝିଅପିଲା ମାନଙ୍କୁ ବର୍ଷକୁ ଦିଆଯାଉଥିବା ଅନୁକମ୍ପା ରାଶି ୨ହଜାର ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିବାକୁ ସଦସ୍ୟାମାନେ ପରାମର୍ଶ ଦେଇଛନ୍ତି । ଏହି କମିଟିରେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବିଧାୟିକା ଶ୍ରୀମତୀ ସୂର୍ଯ୍ୟାମଣୀ ବୈଦ୍ୟ, ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗସ୍ତରେ ଆସିଥିଲେ । କମିଟି ଅଧକ୍ଷା ଉଷା ଦେବୀ ସୂଚନା ଦେଇଛନ୍ତି, କହିଛନ୍ତି ଜିଲ୍ଲାରେ ସରକାରଙ୍କ ସମସ୍ତ ଯୋଜନା ବେଶ ଭଲ ଭାବରେ କାର୍ଯ୍ୟକାରୀ ହେଉଛି । Advertisement
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…
ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା – ୬୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ସାମିଲ ଅନୁଗୋଳ – ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବହୁ ଧୁମଧାମରେ ପାଳନ ହୋଇଛି । ପୂର୍ବାହ୍ନ ୯ଟାରେ ପହଣ୍ଡିରେ ତିନି ଦିଅଁଙ୍କୁ ରଥାରୂଢ଼…
ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ…