ଆଞ୍ଚଳିକ ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା Angul OnlineJune 4, 2023June 5, 2023 ଅନୁଗୋଳ – ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ ୯ ତାରିଖରେ ଆମ୍ବ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଏକ ମାଈ ହାତୀ ଫସିଯାଇଥିଲା । ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ତାକୁ ଉଦ୍ଧାର କରା ଯାଇଥିଲା । ତେବେ ସେହିଦିନ ଠାରୁ ତାର ଆଗ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ବନ ବିଭାଗ ପକ୍ଷରୁ ତାକୁ ଇଂଜେକସନ ଦିଆ ଯାଇଥିଲେ ମଧ୍ୟ ସୁସ୍ଥ ହେଉ ନଥିବାରୁ ଅଧିକ ଚିକିତ୍ସା ପାଇଁ ଆଜି ତାକୁ କପିଳାସ ନିଆ ଯାଉଛି । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାକୁ ପୁଣି ଅନୁଗୋଳ ସାତକୋଶିଆକୁ ଫେରାଇ ଅଣାଯିବ ବୋଲି DFO ବିବେକ କୁମାର ସୂଚନା ଦେଇଛନ୍ତି । Advertisement
ମୋ କଲେଜ ଅଭିଯାନ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା – ଆକାଶ ଅନୁଗୁଳ – ମୋ ସ୍କୁଲ୍’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ…
ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା…
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…