ଆଞ୍ଚଳିକ ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ Angul OnlineJuly 22, 2021July 22, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା ଜଣା ପଡିଛି । ସୂଚନା ନଉସାରେ ଆଠମଲ୍ଲିକ ବ୍ଲକର କନିଷ୍ଠ ଯନ୍ତ୍ରୀ ଆରୁଣ ବେହେରା ନିଜ ପୈତୃକ ଘର ତାଳଚେରରୁ ନିଜ କାର (OD19 R 9119)ରେ ଆଠମଲ୍ଲିକ ସରକାରୀ ବାସଭବନକୁ ଫେରୁଥିଲେ । ଅରୁଣ ବେହେରା ନିଜେ ଗାଡି ଚଲାଉଥିବା ବେଳେ ଗାଡିରେ ତାଙ୍କ ସ୍ତ୍ରୀ , ପୁଅ ଓ ଝିଅ ବସିଥିଲେ । ତେବେ ହଠାତ ଠାକୁରଗଡ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଅରୁଣଙ୍କ ସମେତ ତାଙ୍କ ସ୍ତ୍ରୀ , ଝିଅ ଓ ପୁଅ ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରି ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବବେ ସେଠାଋ ସେମାନଙ୍କଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । Advertisement
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…
ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟିତ ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ…
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…