ମୁଖ୍ୟ ଖବର ଅଧିଆ ପଡିଥିବା ନାବାଳକ ମୃତ Angul OnlineMay 22, 2022May 22, 2022 ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ । ମୃତ ନାବାଳକ ତାଳଚେର ଡଅଁରା ଗାଁର ବଗା ସାହୁଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର ଶିବୁ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଶିବୁ କ୍ରିକେଟ ଖେଳୁଥିବା ବେଳେ ତାଙ୍କ ପେଟରେ ବଲ ବାଜିଥିଲା । ପେଟରେ ଯନ୍ତ୍ରଣା ହେବା ସହ ସେହି ସ୍ଥାନ ଫୁଲି ରହିଥିଲା । ଶିବୁଙ୍କ ପରିବାର କଟକ ନେଇ ତାଙ୍କ ଚିକିତ୍ସା କରିଥିଲେ । ତେବେ କୌଣସି ସୁଫଳ ମିଳି ନଥିଲା । ଏଣୁ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମନ୍ଦିରରେ ଅଧିଆ ପଡ଼ିଥିଲେ । ଆଜି ଅପରାହ୍ନରେ ସେ ଅଧିଆ ପଡିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଭୟରେ ପରିବାର ଲୋକ ତରବରିଆ ଭାବରେ ତାଙ୍କର ଶବ ସତ୍କାର କରି ଦେଇଥିବା ଜଣା ପଡ଼ିଛି । Advertisement
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…
ହାତୀକୁ ଟର୍ଚ୍ଚ ପକାଇବାରୁ ଯୁବକଙ୍କୁ ଦଳିଦେଲା ହାତୀ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ…
ବିଧାୟକଙ୍କୁ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ…