ମୁଖ୍ୟ ଖବର ଦୂର୍ଗା ମଣ୍ଡପରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଭାଙ୍ଗିଲା Angul OnlineMay 20, 2022May 20, 2022 ଅନୁଗୁଳ – ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପରେ ବେଆଇନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଶୁକ୍ରବାର ସକାଳେ ଭାଙ୍ଗି ଦିଆଯାଇଛି । ବହୁ ଦିନର ବାଦବିବାଦରେ ଥିବା ଏହି ମଣ୍ଡପ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ଥିବା ତାରିଖ ଗାଡି ଗଲା ପରେ ଶେଷରେ ନିଜେ ଏହାକୁ ନିର୍ମାଣ କରିଥିବା ଟେଣ୍ଟ ହାଉସ ମାଲିକ ଭାଙ୍ଗିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଅମଲାପଡ଼ା ଦୁର୍ଗା ପୂଜା ପଡିଆ ପରିସରରେ କମିଟି ପକ୍ଷରୁ ଏକ ସଂସ୍ଥାକୁ ବାହାଘର ନିମନ୍ତେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ଅନୁମତି ଦିଆଯାଇଥିଲା । ଭଡା ପଇସାରେ ଦୁର୍ଗା ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପୂଜା କମିଟିର ଅନ୍ୟ ଏକ ଗୋଷ୍ଠୀ କଲ୍ୟାଣ ମଣ୍ଡପକୁ ସହମତି ବିନା ନିର୍ମାଣ କରାଯାଇଥିବା ବିରୋଧ କରି ଜିଲ୍ଳାପାଳ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ଉପଲବ୍ଧି କରି ଜିଲ୍ଲାପାଳ କଲ୍ୟାଣ ମଣ୍ଡପକୁ ସିଲ କରିଦେଇଥିଲେ । ଏହାପରେ ସିଲ ବିରୁଦ୍ଧରେ ସମ୍ପୃକ୍ତ ଟେଣ୍ଟ ହାଉସ ମାଲିକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଟେଣ୍ଟ ହାଉସ ପକ୍ଷରୁ ଆବେଦନର ଯଥାର୍ଥତା ନାହିଁ ବୋଲି କହିବା ସହ ଏକ ନିର୍ଦିଷ୍ଟ ତାରିଖ ସୁଦ୍ଧା ବେଆଇନ ନିର୍ମାଣକୁ ଭାଙ୍ଗି ଦେବାକୁ ନିର୍ଦେଶ ଦେଇଥିଲେ । ତେବେ ତାରିଖ ଗଡିବାର ଅନେକ ଦିନ ପରେ ଆଜି ନିଜେ ଟେଣ୍ଟ ହାଉସ ମାଲିକ ଆଜି ସକାଳେ ଜେସିବି ଲଗାଇ ନିଜେ ମଣ୍ଡପକୁ ଭାଙ୍ଗି ଦେଇଥିଲେ । Advertisement
ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ…
ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ…
କରଜ ଭାରରେ ବୁଡ଼ି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ – ସ୍ତ୍ରୀ ମୃତ , ସ୍ଵାମୀ ଗୁରୁତର ଅନୁଗୁଳ – କରଜ ଭାରରେ ବୁଡ଼ିବା ପରେ ମାନସିକ ଭାରସାମ୍ୟ ହରାଇ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପତ୍ନୀଙ୍କ…