ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ କିଛି କାମ ପଡିଲେ ବାରମ୍ବାର ଦୌଡ଼ି ବାକୁ ପଡୁଛି । ବିନା ଲାଞ୍ଚରେ କାମ ହେଉନି । ଏଭଳି ଅଭିଯୋଗ କରି ତାଳଚେରର ଜଣେ ବରିଷ୍ଠ ଓକିଲ ପ୍ରତାପ ପ୍ରଧାନ ଆଜି ତହସିଲ ଅଫିସ ତଳେ ବସି ଧାରଣା ଦେଇଥିଲେ । ଓକିଲ ପ୍ରତାପ ପ୍ରଧାନଙ୍କ କହିବା କଥା ତାଳଚେର ତହସିଲ ଅଫିସ ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ବୁଡି ରହିଛି । ଏଠାରେ ସାଧାରଣ ଲୋକଙ୍କ କାମ ହେଉ ନାହିଁ । କିଛି ବି କାମ ଥିଲେ ଅନେକ ଦିନ ଧରି ଅଫିସ ଆସିବାକୁ ପଡୁଛି । ତା ସତ୍ବେ , କିଛି ଲାଞ୍ଚଖୋର ମନୋବୃତି ଥିବା କର୍ମଚାରୀ ଲାଞ୍ଚ ନ ନେଲେ କାମ କରୁ ନାହାନ୍ତି । ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ ।
What’s your Reaction?
+1
+1
+1
+1
+1
2
+1
1
+1