ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର ଘର ବୁଲିବା ସହ ମାଇକରେ ପ୍ରଚାର ସାଙ୍ଗକୁ ସହର ସାରା ପୋଷ୍ଟର ବ୍ୟାନର ଛାଇ ଯାଇଛି । ତେବେ ଚଳିତ ନିର୍ବାଚନ ପାଇଁ ପ୍ରଚାର ବେଳେ ପୋଷ୍ଟର , ଫ୍ଲେକ୍ସ ଓ ପତାକା ମାରିବା ପାଇଁ ନିର୍ବାଚନ କମିଶନର ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ କୌଣସି ସରକାରୀ ସ୍ଥାନ ବା କାନ୍ଥରେ ପ୍ରାର୍ଥୀମାନେ ପୋଷ୍ଟର ଲଗାଇ ପାରିବେ ନାହିଁ । ଏହା ସହ କୌଣସି ବେସରକାରୀ ଜାଗାରେ ଲଗାଇବା ବେଳେ ଜାଗାର ମାଲିକଙ୍କ ଅନୁମତି ଲଗାଇବାର ନିୟମ ରହିଛି । ତେବେ ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟର ଫାଟକକୁ ଦେଖିଲେ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖା ଯାଇଛି । ୫-ଟି ଅଧୀନରେ ସ୍କୁଲ ଗୁଡିକର ଆଧୂନିକୀକରଣ ସାଙ୍ଗକୁ ସ୍କୁଲ ଗୁଡିକୁ ସୁନ୍ଦର କରା ଯାଇଥିଲା । ଏହି କ୍ରମରେ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମଧ୍ୟ ସୌନ୍ଦର୍ଯ୍ୟକରଣ କରା ଯାଇଥିଲା । ଫାଟକକୁ ଲାଗି ରହିଥିବା କାନ୍ଥରେ ରଙ୍ଗ ଲଗାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଚିତ୍ର ଅନ୍କା ଯାଇଥିଲା । ତେବେ ଏହି କାନ୍ଥରେ ଏବେ ଲାଗିଛି ନିର୍ବାଚନୀ ପୋଷ୍ଟର । ୧୮ ନମ୍ବର ୱାର୍ଡ କାଉନସିଲର ପାଇଁ ବିଜେଡ଼ିରୁ ପ୍ରତିଦ୍ୱନ୍ଦିତା କରୁଥିବା ଶଙ୍କର ସେଠୀଙ୍କୁ ଭୋଟ ଦେବା ପାଇଁ ଏଠାରେ ୫ ରୁ ଅଧିକ ପୋଷ୍ଟର ଲାଗିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଥମେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରା ଯାଇଥିବା ବେଳେ ସୌନ୍ଦର୍ଯ୍ୟ ପଛରେ ଥାଉ ନିର୍ବାଚନୀ ପ୍ରଚାର ଆଗ ବୋଲି ଏହି ନେତା ମାନେ ଭାବୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରସଶାସନ ଏ ଦିଗରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ADVERTISE
What’s your Reaction?
+1
+1
+1
+1
+1
12
+1
5
+1
1