‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ

‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ

ଅନୁଗୁଳ – ଆଜି ଠାରୁ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏକ ଟିମ ସାତକୋଶିଆର ରାଇଗୁଡାରେ ପହଞ୍ଚିଛନ୍ତି । ଏହି ଟିମରେ ଜଣେ ଡାକ୍ତର , ଜଣେ ଏ ସି ଏଫ ଙ୍କ ସମେତ ୮ ଜଣ ସଦସ୍ୟ ରହିଥିବା ବେଳେ ବାଘୁଣୀକୁ ନେବାକୁ ଏକ ସ୍ୱତନ୍ତ୍ର ଗାଡି ମଧ୍ୟ ଆସିଛି । ସୂଚନା ଅନୁସାରେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ଏକ ଟିମ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ବାହାରିଥିଲା । ଶନିବାର ଏହି ଟିମ ଓଡିଶାରେ ପହଞ୍ଚିବା ପରେ ସମ୍ବଲପୁରରେ ରାତ୍ରି ରହଣି କରିଥିଲେ । ରବିବାର ସକାଳୁ ସାତକୋଶିଆ ଅଭିମୁଖେ ବାହାରିଥିଲା ଏହି ଟିମ । ମଧ୍ୟାହ୍ନରେ ଏହି ଟିମ ଅନୁଗୁଳ ପହଞ୍ଚିବା ପରେ ବନବିଭାଗର ଗେଷ୍ଟ ହାଉସ ଠାରେ ଆରସିସିଏଫଙ୍କ ସହ ଆଲୋଚନା କରିବା ପରେ ରାଇଗୁଡା ଅଭିମୁଖେ ଯାଇଥିଲେ । ଏହି ଟିମ ବାଘୁଣୀକୁ ନେବା ପୂର୍ବରୁ ଏହାର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ଅଛି କି ନାହିଁ ଯାଞ୍ଚ କରିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ଏସିଏଫଓ ସରୋଜ ପଣ୍ଡା, ଶୁଭେନ୍ଦୁ ବେହେରାଙ୍କ ସହ ଡିଏଫଓ ରବି ମିନା ଉପସ୍ଥିତ ରହିଥିବା ବେଳେ ସେଠାରୁ ଆସିଥିବା ପ୍ରାଣୀଡାକ୍ତର ଓ ବିଶେଷଜ୍ଞ ମାନଙ୍କ ଉପସ୍ଥିତିରେ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ଯଦି ଏହା ସୁସ୍ଥ ଅଛି ତେବେ ବାହୁଡା ପ୍ରକ୍ରିୟା ଆଗକୁ ବଢିବ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି । ତେବେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ଏହାକୁ କାବୁ କରିବା ପାଇଁ ପଥମେ ଏକ ଯନ୍ତାର ବ୍ୟବହାର କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । କୌଣସି ନିଶା କିମ୍ବା ବିନା କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରି ବାଘୁଣୀକୁ କାବୁ କରିବାକୁ ପ୍ରଥମେ ଚେଷ୍ଟା କରିବ ଏହି ଟିମ । ରାଇଗୁଡାରେ ପହଞ୍ଚିବା ପରେ ଦିନେରୁ ଦୁଇ ଦିନ ପର୍ଯ୍ୟନ୍ତ ଯନ୍ତା ଖଞ୍ଜା ଯାଇ ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରାଯିବ । ପ୍ରାକୃତିକ ଉପାୟରେ କୌଣସି ଖାଦ୍ୟପଦାର୍ଥ ଦେଇ ବାଘୁଣୀ ଅକୃଷ୍ଠ କରାଇ ଯନ୍ତାରେ ପ୍ରବେଶ କରାଯିବ । ଯଦି ଏହା ଫେଲ ମାରିବ ତେବେ ଟ୍ରାଙ୍କୁଲାଇଜ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଆରସିସିଏଫ ଜଣାଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply