ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ

ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର ବାବୁ ଓରଫ କରଣ ମୁଖୀ ( ୨୧ ବର୍ଷ ) । ଅଭିଯୁକ୍ତର ବୟାନ ଆଧାରରେ ପୁଲିସ ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ଓ କଟୁରି ଜବତ କରିଛି । ହତ୍ୟା ପରେ ଏହି ମାରଣାସ୍ତ୍ରକୁ ଲିଙ୍ଗରା ନାଳର ଏକ ପଥର ତଳେ ମଡ଼ାଇ ରଖୁଥିଲା । ହତ୍ୟାର କାରଣ ଅସୃଷ୍ଟ ରହିଥିବା ବେଳେ ଟଙ୍କା ଧାର ଉଧାର କିମ୍ବା ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି । ତେବେ ଅଭିଯୁକ୍ତି କରଣ ଏକା ହତ୍ୟା କରିଥିବା କହୁଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ବାବୁକୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ଜଣା ପଡ଼ିଛି । ପ୍ରକାଶ ଯେ , ଗତ ଶୁକ୍ରବାର ରାତିରେ ହୁଲୁରିସିଂହା ଠାରେ ପ୍ରକାଶଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭତ୍ସ ହତ୍ୟା କରାଯାଇଥିଲା ।

 

What’s your Reaction?
+1
0
+1
1
+1
0
+1
1
+1
6
+1
0
+1
2

Leave a Reply