ଅପରାଧ ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ – ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ Angul OnlineJuly 15, 2021July 15, 2021 ଅନୁଗୁଳ – ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ ଯୁବକ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଫଳରେ ନିଆଁରେ ପୋଡି ହୋଇ ମହମ୍ମଦ ମହବୁଲ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମ୍ପୃକ୍ତ ଯୁବକ ଜଣଙ୍କ ସ୍ଥାନୀୟ ହାତିଶାଳପଡା ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡା ଭିଆଇ ଦୌଡ଼ି ପଳାଇ ଯାଇଥିଲା । ମହମ୍ମଦ ମହବୁଲର ୬୦ ପ୍ରତିଶତ ଶରୀର ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ପଠା ଯାଇଛି । ତେବେ କିଏ ଓ କାହିଁକି ଏଭଳି ପେଟ୍ରୋଲ ଢାଳି ନିଆଁ ଲଗାଇଛି ତାହା ଜଣା ପଡି ନାହିଁ । ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି । Advertisement
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ ।…
ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ…