ଅପରାଧ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ Angul OnlineAugust 31, 2023August 31, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ଲୁଟ । ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି କଟୁରୀରେ ଆକ୍ରମଣ କରି ଦୁର୍ବୁତ୍ତ ମାନେ ୮୦ ହଜାର ଟଙ୍କା ଲୁଟି ନେଇ ଥିବା ଜଣା ପଡିଛି l ସୁଚନା ଅନୁସାରେ ଅନୁଗୁଳ ସୌଭାଗ୍ୟନଗର ଅଞ୍ଚଳର ସାଇଶ୍ରୀ ଫାର୍ମାସିଟିକାଲ ନାମକ ହଳସେଲର ସଂସ୍ଥାର ମାଲିକ ସମିର କୁମାର ଦାସ ବୁଢାପାଳ ଅଞ୍ଚଳକୁ ମେଡିସିନ ଟଙ୍କା ଆଦାୟ କରି ଅନୁଗୁଳ ଫେରୁଥିଲେ l ତେବେ ବୁଢାପାଳ- ଛେଣ୍ତିପଦା ରସ୍ତାର ନୁଆପଡା କାଜୁ ବଗିଚା ଠାରେ ଏକ ପଲସର ମୋଟରସାଇକେଲରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ଆସି କଟୁରୀରେ ସମିରଙ୍କ ଗୋଡରେ ଅକ୍ରମଣ କରିବା ସହ ମୋବାଇଲ ଟିକୁ ଭାଙ୍ଗି ଦେଇଥିଲେ । ତାଙ୍କୁ ଭୟଭୀତ କରାଇ ତାଙ୍କ ନିକଟରେ ଥୁବା ନଗଦ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ସମିର ରକ୍ତାକ୍ତ ହୋଇ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ବାଗଡିଆ ଥାନରେ ଲିଖିତ ଅଭିଯୋଗ କରିଛନ୍ତି l ପୁଲିସ ଉକ୍ତ ଅଭିଯୋଗକୁ ଭିତିକରି ଘଟଣାର ଛାନଭିନ ଚଲାଇଛି । Advertisement
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଥାନା ବୃନ୍ଦାବନ ହୋଟେଲ ନିକଟରୁ ଆଜି ଏକ ସ୍କୁଟିରେ ୨୧ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ…