ଜେଲ ଗଲେ କୋଟିପତି ଜେଇ

ଜେଲ ଗଲେ କୋଟିପତି ଜେଇ

ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଥିଲା । ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ ଆମ୍ବପାଳସ୍ଥିତ ପୈତୃକ ଘର ଓ ଢେଙ୍କାନାଳ ମେରାମଣ୍ଡଳୀସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଥିଲା । କଟକ ଭିଜିଲାନ୍ସର ଦୁଇଜଣ ଡ଼ିଏସପିଙ୍କ ସମେତ ଅନୁଗୁଳ ଡ଼ିଏସପି ଓ ଅନ୍ୟ ଅଫିସର ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଜେଲ ପଠା ଯାଇଛି । ଭିଜିଲାନ୍ସ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ବିରଞ୍ଚି ଜେଇ ଚାକିରି କରିଥିବା ବେଳେ ତାଙ୍କର କୁମଣ୍ଡରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଏବଂ ଆମ୍ବପାଳରେ ଗୋଟିଏ ଏକ ମହଲା ବିଶିଷ୍ଟ ଘର ରହିଛି । ଏହା ସହ କୁମଣ୍ଡରେ ୩ ଟି ପ୍ଲଟ ଏବଂ ଆମ୍ବପାଳରେ ଗୋଟିଏ ପ୍ଳଟ ରହିଛି । ଏହା ସହ ଚଢାଉ ବେଳେ ତାଙ୍କ ଏବଂ ତାଙ୍କ ପରିବାର ନାମରେ ୧ କୋଟି ୧୧ ଲକ୍ଷ ୭୧ ହାଜର ୨୮୫ ଟଙ୍କା ବ୍ୟାଙ୍କ ଡିପୋଜିଟ , ଗୋଟିଏ କାର , ୪ ଟି ଦୁଇ ଚକିଆ ଯାନ , ୧୨ ଲକ୍ଷ ୫୬ ହଜାର ୫୧୫ ଟଙ୍କାର ଇନସୁରାନ୍ସ , ୨୬୧ ଗ୍ରାମ ସୁନା ଭଳି ୨ କୋଟି ୨୬ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ଭିଜିଲାନ୍ସ ଠାବ କରିଛି । ତେବେ ଏ ସବୁ ସମ୍ପତ୍ତିର ହିସାବ ଦେଇ ନପାରିବାରୁ ବିରଞ୍ଚିଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରା ଯାଇଥିଲା

What’s your Reaction?
+1
1
+1
0
+1
0
+1
0
+1
11
+1
3
+1
0

Leave a Reply