ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର

ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଆରମ୍ଭ ହୋଇ ପାରୁ ନାହିଁ । ଏହାକୁ ନେଇ ଜଣ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ବିଧାନ ସଭାରେ ତାଳଚେର ମେଡିକାଲ କଲେଜ ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ସାମଲ ପଚାରିଥିଲେ ଯେ , ରାଜ୍ୟରେ ସମୁଦାୟ କେତୋଟି ସରକାରୀ ପୁରୁଣା ମେଡିକାଲ କଲେଜ , କେତୋଟି ସରକାରୀ ନୂତନ ମେଡିକାଲ କଲେଜ କେଉଁ କେଉଁଠାରେ କାର୍ଯ୍ୟକ୍ଷମ ହୋଇଛି ? ସୁନ୍ଦରଗଡ , କେଉଁଝର , ତାଳଚେର ଅନୁଗୁଳ – ଯାଜପୁର ମେଡିକାଲ କଲେଜ କାର୍ଯ୍ୟକାରୀ ନହେବାର କାରଣ କଣ ଓ କେବେଠାରୁ ତାହା କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଥିଲେ । ଏହା ସହ ଭଦ୍ରକଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଚାର କରିବେ କି ? ମେଡିକାଲ କଲେଜ ମାନଙ୍କରେ Composite facility centre ବିକଶିତ କରିବା ପାଇଁ ପ୍ରସ୍ତାବ ଅଛି କି ? ରାଜ୍ୟରେ ବର୍ତ୍ତମାନ ସମୁଦାୟ ଚଳିତ ଶିକ୍ଷା ବର୍ଷରେ କେତେ ପିଲା ଏମବିବିଏସ ରେ ନାମ ଲେଖାଇଛନ୍ତି ଓ ମୋଟ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସଂଖ୍ୟା କେତେ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶର ଦାସ କହିଥିଲେ ଯେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ , କଟକ , ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ , ବ୍ରହ୍ମପୁର ଓ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏବଂ ରିସର୍ଜ , ବୁର୍ଲାରେ ତିନୋଟି ସରକାରୀ ମେଡିକାଲ କଲେଜ ରହିଥିବା କହିଥିଲେ । ଏହା ସହ ଅନୁଗୁଳ ଜିଲ୍ଲାର ତାଳଚେରଠାରେ Mahanadi Coalfields Ltd ( MCL ) ଦ୍ବାରା Corporate Social Responsibility ( CSR ) activity ରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହି ବାବଦରେ ରାଜ୍ୟ ସରକାରଙ୍କ ସହିତ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା MOU ର ଧାରା 3 ( V ) ଅନୁଯାୟୀ ଏହି ମେଡିକାଲ କଲେଜଟିକୁ MCL ” No Profit No Loss ” ଆଧାରରେ ଚଳେଇବାର ବ୍ୟବସ୍ଥା ଥିଲା । ମାତ୍ର ପରେ , MCL ରାଜ୍ୟ ସରକାରଙ୍କୁ ଏହି କଲେଜର ନିଜ ଅଧୀନକୁ ନେଇ ଏହାର CSR fund ରୁ ଚଳେଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅନୁଧ୍ୟାନକରି ରାଜ୍ୟ ସରକାର ଏହି କଲେଜଟିକୁ ନିଜ ଅଧୀନକୁ ନେବା ପାଇଁ ନୀତିଗତ ନିଷ୍ପତ୍ତି ନେଇ MCL କୁ କଲେଜ ଚଳେଇବା ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଅନୁରୋଧ କରିଥିଲେ ।  ଏହି ପରିପ୍ରେକ୍ଷୀରେ ଏକ ନୂତନ MOU କୁ ସ୍ବାକ୍ଷର କରିବା ପାଇଁ MCL ଠାରୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି । ଏହା ଉପରେ ସରକାରୀ ଅନୁଧ୍ୟାନ କରା ଯାଉଛି ବୋଲି ମନ୍ତ୍ରୀ ପ୍ରଶ୍ନର ଉତ୍ତରରେ କହିଥିବା ବେଳେ କେବେ ଚାଲିବ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି ।

What’s your Reaction?
+1
0
+1
0
+1
2
+1
0
+1
2
+1
2
+1
1

Leave a Reply