ଅପରାଧ ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ Angul OnlineAugust 16, 2023August 16, 2023 ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନ ନିକଟରେ ଘଟିଛି । ସୂଚନା ଅନୁସାରେ ତାଳଚେର ନବମିଶ୍ର କଲୋନୀର ହରେକୃଷ୍ଣ ବାହାତି ଓ ତାଙ୍କ ବନ୍ଧୁ କ୍ରିଷ୍ଣା ମୋଦୀ ନାମକ ଦୁଇ ଯୁବକ ତାଙ୍କ ସମ୍ପର୍କୀୟଙ୍କୁ ଟ୍ରେନରୁ ଆଣିବା ପାଇଁ ତାଳଚେର ରୋଡ଼ ଷ୍ଟେସନକୁ କାର ନେଇ ଯାଉଥିଲେ । ତେବେ ବନ୍ତୁଲ ଗାଁ ନିକଟରେ ଟ୍ରେନ ଫାଟକ ପଡିଥିବା ଯୋଗୁଁ ଉଭୟ ଗାଡ଼ିରେ ବସି ଫାଟକ ଖୋଲିବାକୁ ଅପେକ୍ଷା କରିଥିଲେ । ତେବେ ହଠାତ ଦୁଇ ଜଣ ଯୁବକ ଏକ ସାଇନ ମୋଟରସାଇକେଲରେ ଆସି ତାଙ୍କ କାର କାଚକୁ ଆଘାତ କରିବା ସହ ଗାଡି ପଛକୁ କରିବାକୁ କହିଥିଲେ । ତେବେ ତାଙ୍କ କାର ପଛରେ ଗାଡି ଥିବାରୁ ଗାଡି ପଛକୁ ଯିବା ସମ୍ଭବ ନାହିଁ ବୋଲି ସେମାନେ କହିବାରୁ ଉଭୟ ଦୁର୍ବୃତ୍ତ ସେମାନଙ୍କୁ ଗାଳି ଗୁଳଜ କରିବା ସହ କାରକୁ ଭଙ୍ଗାରୁଜା କରିଥିଲେ । ଏହା ଦେଖି କାରରେ ଥିବା ଦୁଇ ଯୁବକ ସେମାନଙ୍କୁ ଅବରୋଧ କରିବାକି ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତ ମାନେ ଉଭୟ ଯୁବକଙ୍କୁ ମଧ୍ୟ ଆକ୍ରମଣ କରି ସେମାନଙ୍କ ନିକଟରୁ ୮ ହଜାର ଟଙ୍କା ଛଡାଇ ନେଇଥିବା ଜଣା ପଡ଼ିଛି । ଯୁବକ ଦୁଇଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ବୃତ୍ତ ମାନେ କାରର କାଚ ଭାଙ୍ଗି ଫେରାର ହୋଇ ଯାଇଛନ୍ତି । ଏ ନେଇ ଆହତ ଯୁବକ ମାନେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ…
ପାନ ଦୋକାନରୁ ବିପୁଳ ମଦ ଜବତ ଅନୁଗୁଳ – ଅନୁଗୁଳ ସହର ମିଶ୍ରପଡାର ଏକ ପାନ ଦୋକାନରେ ପୁଲିସର ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହା ସହ ଦୋକାନୀ…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…