ମୁଖ୍ୟ ଖବର ଜଳିଗଲା ଚଳନ୍ତା ବସ Angul OnlineMay 10, 2022May 10, 2022 ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ । ଏଭଳି ଘଟଣା ଆଜି ତାଳଚେର ମଳିବନ୍ଧ ଗାଁ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁସୁମପାଳ ଗ୍ରାମରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ହଠାତ୍ ମଳିବନ୍ଧ ନିକଟରେ ଏକ ମିନି ଟ୍ରାଭେଲର ବସରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଏମସିଏଲ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଅପରେସନ ପାଇଁ ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ତାଳଚେର…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…
ଟ୍ରେନ ଧକ୍କାରେ ହାତୀ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର…