ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ

ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପବିତ୍ରନଗର ଅଞ୍ଚଳର ସୁଶାନ୍ତ ପ୍ରଧାନ । ସେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଥର୍ମାଲ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ ସୁଶାନ୍ତ ନିଜ ମାଙ୍କ ପାଇଁ ମେଡ଼ିସିନ ନେଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ପହଁଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି ସୁଶାନ୍ତ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସାଂସଦ ମହେଶ ସାହୁ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି

What’s your Reaction?
+1
0
+1
0
+1
0
+1
1
+1
2
+1
0
+1
3

Leave a Reply