ରାଜନୀତି ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ Angul OnlineApril 7, 2022April 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ ନାମରେ ଦଳର ହାଇକମାଣ୍ଡ ମୋହର ମାରିବା ପରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ । ପୌର ପରିଷଦର ୨୩ ଆସନରୁ ବିଜେପି ୧୩ ଟିରେ ବିଜୟୀ ହୋଇ ଉପାଧ୍ୟକ୍ଷ ଆସନ ପାଇଁ ମ୍ୟାଜିକ ନମ୍ବର ପାର କରିଥିବା ବେଳେ ବିଜେଡ଼ି ୧୦ ଟି ଆସନ ପାଇଥିଲା । ବିଜେଡ଼ି ପକ୍ଷରୁ କେହି ନାମାଙ୍କନ ଦାଖଲ ମଧ୍ୟ କରି ନଥିଲେ । ସେପଟେ ତାଳଚେରରେ ଉପାଧ୍ୟକ୍ଷ ସିଟ ବିଜେଡ଼ି ହାତେଇଛି । ତାଳଚେର ପୌର ପରିଷଦର ବିଜେଡି ଉପନଗରପାଳ ପ୍ରାର୍ଥୀନୀ ଭାବେ ୧୯ ନଂ ୱାର୍ଡର କାଉନସିଲର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରପାଳିକାର ୨୧ ଟି ୱାର୍ଡରୁ ବିଜେଡ଼ି ୧୮ ଟି ସିଟ ହାତେଇଥିବା ବେଳେ ବିଜେପି ମାତ୍ର ୩ ଟି ୱାର୍ଡରେ ଜିତିଥିଲା । ଫଳରେ ଆଜି ହୋଇଥିବା ଉପାଧ୍ୟକ୍ଷ ପଦବୀ ବିଜେଡ଼ିର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନିର୍ଦ୍ବନ୍ଦ୍ବରେ ହାସଲ କରିଛନ୍ତି । ସେହିପରି ଆଠମଲ୍ଲିକ ଏନଏସିର ଉପାଧ୍ୟକ୍ଷ ସିଟ ମଧ୍ୟ ବିଜେଡ଼ି ହାତେଇଛି । ବିଜେଡ଼ିର ଗଦାଧର ସ୍ୱାଇଁ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । Advertisement
ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର…
ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ? ଅନୁଗୁଳ – ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ରହିଛି । ଏହି ସମୟରେ ବରିଷ୍ଠ ନେତା ତଥାଗତ ଶତପଥିଙ୍କ ମନ୍ତବ୍ୟ ଆହୁରି ଉଷ୍ମତା ଭରି…
ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ…