ସମସ୍ୟା ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ Angul OnlineJuly 20, 2023July 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ଜାତୀୟ ରାଜପଥ ୫୫ ର ଅବସ୍ଥା ନ କହିବା ଭଲ । ଦୀର୍ଘ ବର୍ଷ ହେଲା ଏହି ରାଜପଥର ଅବସ୍ଥା ଖରାପ ହୋଇ ପଡ଼ିଥିବା ବେଳେ ସମ୍ପ୍ରସାରଣ କାମ ସରିବାର ନାଁ ନେଉ ନାହିଁ । ବର୍ଷା ପରେ ଏହି ରାଜପଥର ଅବସ୍ଥା ଆହୁରି ଖରାପ ହୋଇ ଯାଇଛି । ତେବେ ଏ ନେଇ ବାରମ୍ବାର ଦାବି ଆପତ୍ତି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ମରାମତି କରାଯାଇ ୨୦୨୩ ମସିହା ଜୁଲାଇ ମାସ ସୁଦ୍ଧା ସମ୍ପ୍ରସାରଣ କାମ ସରିଯିବ ବୋଲି କୁହା ଯାଇଥିଲା । ପରେ ରାଜ୍ୟ ସରକାର ମଧ୍ୟ ୨୦୨୩ ବର୍ଷ ଶେଷ ସୁଦ୍ଧା କାମ ସରିବ ବୋଲି କହିଥିଲେ । ତେବେ ଆଜି ସଂସଦରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ବିବୃତି ପରେ ଦ୍ଵନ୍ଦ ଆହୁରି ବଢ଼ି ଯାଇଛି । ସେ ଜମି ଅଧିଗ୍ରହଣ , ଜଙ୍ଗଲ ଜମି ଅନୁମୋଦନକୁ ଦୋଷ ଦେବା ସହ ଠିକାଦାର ଦ୍ୱାରା ଧୀର ମନ୍ଥର ଗତିରେ କାମ ଯୋଗୁଁ ଅନୁଗୋଳ-ଢେଙ୍କାନାଳ ଦେଇ ଯାଇଥିବା ରାଜପଥ ଗୁଡିକର କାମ ବିଳମ୍ବ ହୋଇଛି ବୋଲି କହିଛନ୍ତି । ଏହା ସହ ମାର୍ଚ୍ଚ ୨୦୨୪ ଯାଏ ଅବଧି ବଢ଼ାଇ ମାର୍ଚ୍ଚ ମାସରେ କାମ ସରିବ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଦୁଇ ଜିଲ୍ଲାରେ ପ୍ରତିକ୍ରିୟା ଦେଖା ଦେଇଛି । Advertisement
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…
ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ । ଫଳରେ ଏହି…
ପୌରପାଳିକା କନିଷ୍ଠ ଯନ୍ତ୍ରୀଙ୍କ ଅଜବ ଯୁକ୍ତି – ଡ୍ରେନ ସ୍ଲାବ ଗାଡି ଚଢ଼ିବା ମନା ଅନୁଗୁଳ – ଅନୁଗୁଳ ପୌରପାଳିକାର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ ନିର୍ମାଣ ଚାଲିଛି । ଏହି କ୍ରମରେ ଅନୁଗୁଳ ୨୧ ନମ୍ବର ୱାର୍ଡରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…