ମୁଖ୍ୟ ଖବର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ସଂକ୍ରମିତ ବୃଦ୍ଧ Angul OnlineMay 4, 2021May 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗାଁର ୭୦ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ବାଘ । ଜଗବନ୍ଧୁଙ୍କ ଗତ କିଛିଦିନ ତଳେ ଜ୍ଵର ହେବା ଯୋଗୁଁ ସେ କୋଭିଡ ପରୀକ୍ଷା କରାଇଥିଲେ । ଗତକାଲି ତାଙ୍କର ପୋଜିଟିଭ ଥିବା ଜଣା ପଡିଥିଲା । ଗତକାଲି ଠାରୁ ପାରିବାରିକ ବୋଝ ଓ କଟକଣା ଯୋଗୁଁ ସେ ମାନସିକ ଚାପରେ ଥିଲେ । ଆଜି ସକାଳ ସାଢେ ୭ ଟାରେ ଗାଁ ପାଖ କାଠପାଳ ଗ୍ରାମର ଅଣାଯୋର ନାଳ ନିକଟରେ ଏକ ଆମ୍ବ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଠାରୁ ଖବରପାଇ ଛେଣ୍ଡିପଦା ପୁଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋଭିଡ ନିୟମ ଅନୁସାରେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । Advertisement
ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ…
ପୁଣି ଏକ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର…
ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ…