ଆଞ୍ଚଳିକ ପାଣିରେ ବୁଡି ବୃଦ୍ଧା ମୃତ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା ପ୍ରଧାନ ଗୁରୁବାର ସକାଳେ ବିରି ତୋଳିବାକୁ ଘର ଠାରୁ ୨କିମି ଦୂରରେ ଥିବା ବଗିଚାକୁ ଯାଇଥିଲେ । କିନ୍ତୁ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ବାବାଜି ଦରହ ପାଣିରେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେତେବେଳକୁ ଜେମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ହୋଲି ଖେଳି ତଣ୍ଡ ଗଣିଲେ ଯୁବକ କିଶୋରନଗର – ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳ ଉପରେ କଟକଣା ଲଗାଇଥିଲେ । ତେବେ ଅନୁଗୁଳ…
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…
ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ,…