ଆଞ୍ଚଳିକ ଆମ୍ବ ଗଛରୁ ପଡି ବୃଦ୍ଧ ମୃତ Angul OnlineJuly 15, 2021July 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଆମ୍ବ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ ସମୟରେ ପୋକତୁଙ୍ଗା ଗ୍ରାମରେ ଥିବା ଥିବା ଏକ ଆମ୍ବ ଗଛ ରେ ସେହି ଗ୍ରାମର କଇରା ଦେହୁରୀ (୬୮) ଚଢି ଆମ୍ବ ତୋଳୁଥିବା ସମୟରେ ହଠାତ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା ବନ୍ତଳା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ମଧ୍ୟ ଜଣା ପଡିଛି । Advertisement
୬୬ ୟୁନିଟ ରକ୍ତ ସଂଗୃହିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା…
ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ…
ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…