ମୁଖ୍ୟ ଖବର ଡଙ୍ଗାରୁ ପଡି ଭାସିଗଲେ ବୃଦ୍ଧ – ୪ ଘଣ୍ଟା ପରେ ମୃତଦେହ ଉଦ୍ଧାର Angul OnlineFebruary 14, 2021February 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବୁରୁବାହାଳ ଗାଁ ଟିକିରା ନଦୀ ଘାଟରେ ଦଙ୍ଗାରେ ଆସୁଥିବା ବେଳେ ଦଙ୍ଗାରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଚିନ୍ତାମଣିପୁର ଗାଁର ପବିତ୍ର ପ୍ରଧାନ (୫୦) । ଆଜି ସକାଳ ୧୧ଟା ବେଳେ ଏନଟିପିସି ଥାନା ବୁରୁବାହାଳ ଗାଁ ଟିକିରାନଦୀଘାଟରୁ ସେ ଡଙ୍ଗାରେ ନଦୀପାର ହୋଇ ତାଙ୍କ ନିଜ ଗାଁ ଚିନ୍ତାମଣିପୁରକୁ ଯିବାବେଳେ ଡଙ୍ଗାରୁ କୌଣସି କାରଣ ବଶତଃ ସେ ପାଣି ଭିତରେ ଖସିପଡ଼ିଥିଲେ । ତାଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାର ପ୍ରାୟ ୪ ଘଣ୍ଟା ପରେ ନଦୀର ତଳମୁଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । Advertisement
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ଅବକାରୀ ହାଜତରେ ଆହତ ଯୁବକ – ଘଣ୍ଟା ଘଣ୍ଟା ଧରି ଚିକିତ୍ସା ଯୋଗାଯାଇ ନଥିବା ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ହାଜତ ଭିତରେ ଦରମରା ଅବସ୍ଥାରେ ଜଣେ ଯୁବକ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା…
ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର…