ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା

ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା

ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ତାଲିକାରେ କେଉଁ ପଞ୍ଚାୟତରେ କେଉଁ ବର୍ଗର ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଂଶ ଗ୍ରହଣ କରିପାରିବେ ତାହା ସ୍ପଷ୍ଟ କରାଯାଇଛି । ଯଦି ଏହି ତାଲିକାରେ କାହାର କିଛି ଅଭିଯୋଗ କିମ୍ବା ଆପତ୍ତି ଥାଏ ତାହାଲେ ଚଳିତ ମାସ ୧୬ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଡାକ ମେଲ ଯୋଗେ ଦାଖଲ କରିବାକୁ ଦର୍ଶାଯାଇଛି । ୧୯୬୪ ମସିହା ଓଡିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ‘୮’ ଅନୁଯାୟୀ ବିଭାଜିତ କରାଯାଇ , ତାର ସଂଖ୍ୟା ଏବଂ ପରିମାଣ ଏବଂ ଉକ୍ତ ଆଇନର ଧାରା ୧୦ ଅନୁଯାୟୀ ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ପଛୁଆବର୍ଗ ଶ୍ରେଣୀର ନାଗରିକ ଏବଂ ମହିଳା ମାନଙ୍କ ପାଇଁ ଏପରି ଗ୍ରାମ ପଞ୍ଚାୟତ (ସରପଞ୍ଚ) ସଂରକ୍ଷଣ ବିଷୟ ଦର୍ଶାଯାଇ ପ୍ରସ୍ତୁତ କରାଯାଇଛି ଏବଂ ଏହାର ନକଲ ଗ୍ରାମ ପଞ୍ଚାୟତ / ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ଜନ ସଧାରଣଙ୍କ ପରିଦର୍ଶନ ନିମନ୍ତେ ଉପଲବ୍ଧ ଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।

ତାଲିକା ↓

ସରପଞ୍ଚ –>

ସମିତିସଭ୍ୟ–>

ବ୍ଲକ ଅଧ୍ୟକ୍ଷ –>

ଜିଲ୍ଲା ପରିଷଦ –>

What’s your Reaction?
+1
6
+1
0
+1
0
+1
1
+1
10
+1
0
+1
0

Leave a Reply