ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ Angul OnlineMay 10, 2022May 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ହୋଇଥିବା ୧୩ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ବାରିହାମୁଣ୍ଡା ଚକ୍ରଧରପୁରର ଗୁରୁ ଚଦ୍ରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋସ୍କୋ ଜଜ ଅଗସ୍ତି କୁମାର ସାହୁ । ଅଭିଯୁକ୍ତକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ୨୦୧୮ ଜୁନ୍ ୧୫ ତାରିଖରେ ୧୩ ବର୍ଷିୟ ନାବାଳିକା ଅପରାହ୍ନରେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଇବା ବେଳେ ଗୁରୁ ଚନ୍ଦ୍ରା ତାଙ୍କ ପଛ ପାର୍ଶ୍ଵରୁ ଆସି ମୁହଁକୁ ଚାପି ଧରି ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଜଙ୍ଗଲରେ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ପରେ ଏନେଇ ନାବାଳିକା ତାଙ୍କ ବାପାଙ୍କୁ ଅବଗତ କରିବା ପରେ ଖମାର ଥାନାରେ ଘଟଣା ଦିନ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ୫୩/୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହା ପରଦିନ ଅର୍ଥାତ୍ ୧୬ ତାରିଖରେ ଗୁରୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର କରାଯାଇ ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ଜଜ୍ ଅଗସ୍ତ କୁମାର ସାହୁ ମୋଟ ୨୦ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାକୁ ପୋସ୍କୋ ସେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । Advertisement
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ…
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…