ମୁଖ୍ୟ ଖବର ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ Angul OnlineJanuary 30, 2021January 30, 2021 ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ସାତକୋଶିଆରୁ ବାଘୁଣି ସୁନ୍ଦରୀ ବାନ୍ଧବଗଡ ଫେରିଯିବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ । ଏହା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଏବେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ଦୁଇ ବର୍ଷ ତଳେ ସୁନ୍ଦରୀକୁ ବାନ୍ଧବଗଡରୁ ଅଣାଯାୟୀ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ହେଲେ ଏଠାରେ ସେ ଜନବସତି ମୁହାଁ ହେବା ଶ ଦୁଇ ଜଣଙ୍କୁ ଶିକାର କରିବା ପରେ ବିବାଦ ଉପୁଜିଥିଲା । ଫଳରେ ସୁନ୍ଦରୀକୁ ଏନକ୍ଳୋଜର ଭିତରେ ରକ୍ଷା ଯାଇଅଛି । ବହୁଦିନ ଧରି ତାକୁ ଏନକ୍ଳୋଜର ଭିତରେ ରଖାଯିବା ନେଇ ଏନ୍ଟିସିଏ ଆପତ୍ତି ଉଠାଇବା ସହ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା । ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ସୁନ୍ଦରୀର ଜଙ୍ଗଲୀ ସ୍ୱଭାବ ନଷ୍ଟ ହେବାରେ ଲାଗୁଥିଲା । ତେଣୁ ତାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ସହ ସେଠାରେ ତାର ସ୍ୱଭାବରେ ପରିବର୍ତ୍ତନ ପାଇଁ ପୁଣି ଥରେ ଜଙ୍ଗଲରେ ଛଡ଼ାଯିବ ବୋଲି ଏନ୍ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। Advertisement
ସୋମବାର ଠାରୁ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଖୋଲିବ ଅନୁଗୁଳ – ଚଳିତ ମାସ ୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ…
ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେରେଙ୍ଗ ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ…
ଇଏସଆଇ ମେଡିକାଲ ଲୋକାର୍ପଣ ଅନୁଗୁଳ – ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଉଦଘାଟନ ହୋଇ ଯାଇଛି । ଏହି ଡାକ୍ତରଖାନା ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ…