ଆଞ୍ଚଳିକ ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ Angul OnlineDecember 14, 2021December 14, 2021 ଅନୁଗୁଳ – ରାଜ୍ୟରେ ବଢ଼ୁଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବା ଏକ ଗୁରୁ ଦାଇତ୍ୱ । ଦୁର୍ଘଟଣା ଘଟିବାର କିଛି ସମୟ ଭିତରେ ଯଦି ଆହତଙ୍କୁ ଠିକ ସମୟରେ ଫାଷ୍ଟଏର୍ଡ ଦେଇ ସୁରକ୍ଷିତ ହସ୍ପିଟାଲ ପହଞ୍ଚାଯାଇ ପାରିବ ତେବେ ଜୀବନ ବଞ୍ଚିବାର ସମ୍ବାବନା ଅଧିକ ରହିଥିଏ । ଯାହାପାଇଁ ଅନୁଗୁଳରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଜିଲ୍ଲାରେ ଦୁର୍ଘଟଣା ହାର ଅଧିକ ରହୁ ଥିବାରୁ କିଭଳି ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରି ରକ୍ଷକ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ସେ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପୂର୍ବରୁ ପ୍ରଶିକ୍ଷିତ ଥିବା ପ୍ରଶିକ୍ଷକ ମାନେ ଜିଲ୍ଲାର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଦେଇଥିଲେ । ଯାହାଦ୍ୱାରା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କମାଯାଇ ପାରିବ ବୋଲି ଆଶା କରା ଯାଉଛି । ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁଙ୍କ ଅଧକ୍ଷତାରେ ଆଜି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାରଞ୍ଜନ ସାମନ୍ତସିଂହାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟନାୟକ , ମାଷ୍ଟର ଟ୍ରେନର ବିକ୍ରମ ମହାନ୍ତି , ଅଭିଷେକ ସିଂ ଯୋଗ ଦେଇଥିଲେ । Advertisement
ବିଦ୍ୟୁତ ଦରଦାମ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଇଲେକ୍ଟ୍ରି ଅଫିସ ଘେରିଲା ବିଜେପି ଅନୁଗୁଳ – ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ଚାଲିଥିବା ବେଳେ ଆଜି…
ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ…
ସାମ୍ବାଦିକ ରଘୁନାଥଙ୍କ ଶ୍ରାଦ୍ଧ ବର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ମୃତ୍ୟୁର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।…