ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର

ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର

ଅନୁଗୁଳ – କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି ଶୁଖିଲା ଗଛ । ଫଳରେ ଯିବା ଆସିବା ରାସ୍ତା ଅବରୋଧ ହୋଇ ପଡିଛି । ଯାହା କି ଏବେ ମଦୁଆଙ୍କୁ ବେଶ ସୁହାଇଛି । ରାସ୍ତା ଏବେ ମଦୁଆଙ୍କ ଖୋଲା ବାର ପାଲଟିଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଗତ ମେ ମାସ ୮ ତାରିଖରେ ଅନୁଗୁଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ଘଡଘଡି ସାଙ୍ଗକୁ ବହୁତ ଜୋରରେ ପବନ ବୋହିଥିଲା ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ପତ୍ର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅମଲାପଡା ଜୟଦୁର୍ଗା କ୍ଲବ ପଛ ପାଖରେ ଯାଇଥିବା ରାସ୍ତା ଉପରେ ଏକ ବିରାଟ ବଡ ଶିମିଳି ଗଛ ଭାଙ୍ଗି ପଡିଥିଲା । ଫଳରେ ପାଖରେ ଥିବା ବନ ବିଭାଗ କ୍ଵାଟରର ଏକ ପାଚେରି ସାମାନ୍ୟ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା ତା ପରଦିନ ବିଦ୍ୟୁତ ବିଭାଗ ପହଞ୍ଚି ମରାମତି କରିଥିଲା କିନ୍ତୁ ଭାଙ୍ଗି ପଡିଥିବା ଗଛତି ଆଜି ଯାଏ ସେହିଭଳି ପଡି ରହିଛି ଯାହା ଫଳରେ ସେହି ରାସ୍ତା ଦେଇ ଯିବା ଆସିବା ବାଧାପ୍ରାପ୍ତ ରହିଛି କିନ୍ତୁ ଭାଙ୍ଗି ପଡିଥିବା ଗଛକୁ କଟା ଯାଉ ନାହିଁ କି ରାସ୍ତାରେ ଯିବା ଆସିବା ହୋଇ ପାରୁ ନାହିଁ ଯାହା ଏବେ ମଦୁଆଙ୍କୁ ବେଶ ସୁହାଉଛି ରାସ୍ତା ଉପରେ ବସି ଆଡ୍ଡା ଜମାଉଛନ୍ତି ମଦ୍ୟପ ଦିନ ହେଉ କି ରାତି , ସବୁ ସମୟରେ ଆରମରେ ବସି ସେହି ରାସ୍ତା ଉପରେ ବସି ମଦ ପିଉଛନ୍ତି ବିଭିନ୍ନ ଲୋକ । ରାସ୍ତାରେ ଖାଲି ମଦ ବୋତଲ ଗଡୁଛି । ଦିନ ରାତି ସେହି ରାସ୍ତାରେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ଜମୁ ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ସେହି ଗଛ ରାସ୍ତାରୁ ଉଠାଇବା ସହ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି

What’s your Reaction?
+1
0
+1
1
+1
0
+1
0
+1
4
+1
4
+1
1

Leave a Reply