ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ଗାନ୍ଧୀ ମାର୍ଗ , ହସପିଟାଲ ଛକ ଓ ବଜାର ଛକର ୨୫ ଟି ଦୋକାନ ଉପରେ ଏହି ଚଢାଉ କରା ଯାଇଥିବା ବେଳେ ଗୁଟଖା ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ଜୋରିମାନା କରା ଯାଇଥିଲା । ଏହି ୨୫ ଟି ଦୋକାନରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଥିଲା । ଏହି ଚଢାଉ ବେଳେ ଖାଦ୍ୟ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା , ଅନୁଗୁଳ ଥାନା ସବ-ଇନ୍ସିପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସମେତ ୫ ଜଣିଆ ଟିମ ଏହି ଚଢାଉରେ ସାମିଲ ଥିଲେ । ଏହି ସବୁ ଦୋକାନରୁ ଜୋରିମାନା ଆଦାୟ କରିବା ସହ ଫୁଡ ଲାଇସେନ୍ସ କରିବାକୁ ତାଗିଦ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1