ମୁଖ୍ୟ ଖବର ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ Angul OnlineApril 30, 2021April 30, 2021 ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି । କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ଏହି ନୂତନ ସପିଂ ମଲ ୬ ଦିନ ପାଇଁ ସିଲ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ହରିମଉରି ଛକଠାରେ ରିଲାଏନ୍ସ କମ୍ପାନୀର ସ୍ମାର୍ଟ ସୁପର ଷ୍ଟୋର ଆଜି ମଧ୍ୟାହ୍ନରେ ଶୁଭ ଉଦଘାଟନ ହୋଇଥିଲା । ତେବେ ମଲ ଉଦଘାଟନ ପରେ ସେଠାରେ ଅସମ୍ଭାଳ ଭିଡ ଜମିଥିଲା । କୋଭିଡ ସମୟରେ ଦୋକାନରେ ଭିଡ ନ ଜମାଇବା ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ଥିବା ସତ୍ବେ ଏହାକୁ ମଲର କର୍ମଚାରୀ ଖୁଲମଖୁଲା ଉଲ୍ଲଘଂନ କରିଥିଲେ । ଖବର ପାଇ ପ୍ରଶାସନ ଓ ପୁଲିସ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଦୋକାନକୁ ୬ ତାରିଖ ଯାଏ ସିଲ କରା ଯାଇଛି । ସେହିଭଳି ମିଷ୍ଟି ନାମକ ଏକ ମିଠା ଦୋକାନକୁ ମଧ୍ୟ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ତାକୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ଅନୁଗୁଳ ଗାନ୍ଧୀ ଛକରେ ଥିବା ଏକ ଠିପି ବନ୍ଦ ମଦ ଦୋକାନରେ ଆଜି ସନ୍ଧ୍ୟାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଖବର ପାଇ ସେଠାରେ ମଧ୍ୟ ପ୍ରଶାସନ ପହଞ୍ଚି ଭିଡ ହଟାଇବା ସହ ମଦ ଦୋକାନକୁ ସିଲ କରିଥିବା ଜଣା ପଡିଛି । Advertisement
ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ – ୨ ମୃତ , ୫ ରୁ ଅଧିକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ…
ଟ୍ରକ ଧକ୍କାରେ ଉଦୀୟମାନ କ୍ରିକେଟ ଖେଳାଳି ମୃତ ଅନୁଗୁଳ – ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ତଥା ଛାତ୍ରଙ୍କରର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ…
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…