Uncategorized ମାଛ ଜାଲରେ ପଡିଲା ଅଜଗର Angul OnlineMay 14, 2021May 14, 2021 ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ କରଡିଙ୍ଗବାହାଳ ଗ୍ରାମରେ ଆଜି ଗୋଟିଏ ଅଜଗର ସାପ କୁ ମାଛ ଜାଲ ରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଗୋପାଳ ବଲ୍ଲବ ସାହୁ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ଗୋପାଳ ପହଞ୍ଚି ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୫ ଫୁଟ ଲମ୍ବର ଅଜଗର କୁ ଉଦ୍ଧାର କରିଥିଲେ । ପରେ ଏହି ସାପଟିକୁ ବାମୁର ବନଖଣ୍ଡ ଅଧିକାରୀ ଙ୍କ ସହାୟତା ରେ ତାର ପ୍ରାକୃତିକ ଆବାସ ସ୍ଥଳି ରେ ଛାଡ଼ି ଦିଆଯାଇଥିଲା । Advertisement
ବରଯାତ୍ରୀ ରୋଷଣୀ ବାଣରେ ଜଳିଗଲା ୨୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି…
ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…