ଶଶୁର ଘର କୂଅରୁ ଜ୍ଵାଇଁର ମୃତଦେହ ଉଦ୍ଧାର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଶଶୁର ଘର କୂଅରୁ ଜ୍ଵାଇଁର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଜରପଡା ଥାନା ଜେରେଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରା ବୋଲି ଜଣା ପଡିଛି । ସୂଚନା ଅନୁସାରେ , ଜରପଡା ଥାନା ଜେରେଙ୍ଗ ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ଗଜେନ୍ଦ୍ର ଦୁଇ ମାସ ହେବ ସନ୍ତରାବନ୍ଧ ଗ୍ରାମରେ ଥିବା ତାଙ୍କ ଶଶୁରଘର ନାରଣ ବେହେରାଙ୍କ ଘରେ ରହି ଆସୁଥିଲେ । ଗତକାଲି(ମଙ୍ଗଳବାର) ଗାଁରେ ହେଉଥିବା ମା ମହିଷାର୍ଦ୍ଦିନୀଙ୍କ ବର୍ଷିକ ଯାତ୍ରା ଦେଖିବା ପାଇଁ ଯାଇ ସେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ରାତିରେ ଶଶୁର ଘର ପଛପାଖ କୂଅରୁ ଗଜେନ୍ଦ୍ରଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି  ଅପରପକ୍ଷେ ଗଜେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗଜେନ୍ଦ୍ରଙ୍କ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରିଥିବା ବେଳେ ଗଜେନ୍ଦ୍ରଙ୍କୁ ମାରି କୂଅରେ ପକାଇ ଦେଇଥିବା ନେଇ ମୃତକଙ୍କ ବାପା ନାରାୟଣ ସାହୁ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।

 

 

Advertisement

Leave a Reply

Your email address will not be published. Required fields are marked *